ବର୍ଷେ ପର୍ଯ୍ୟନ୍ତ ପାଳନ ହେବ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ

ଓଡ଼ିଶାକୁ ୮ଥର ଆସିଥିଲେ ମହାତ୍ମା ଗାନ୍ଧୀ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଚିରନ୍ତନ ସ୍ରୋତ। ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ଥର ଆସିଛନ୍ତି। ୨୩ ମାର୍ଚ୍ଚ ୧୯୨୧ରେ ମହାତ୍ମା ଗାନ୍ଦୀ ପ୍ରଥମଥର ଓଡ଼ଇଶା ଆସି କଟକ କାଠଯୋଡ଼ୀ ନଦୀ ବାଲିରେ ଆୟୋଜିତ ଏକ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ। ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣ ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୩ ମାର୍ଚ୍ଚ ୨୦୨୧ରୁ ୧ ବର୍ଷ ବ୍ୟାପୀ ଆଗମନର ଶତବାର୍ଷିକୀ ମହାସମାରୋହ ପାଳନ କରାଯିବା ପାଇଁ ନିଷ୍ପତ୍ତି ନେବାକୁ ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରସ୍ତାବ ଆଗତ କରାଗଲା।

ମହାତ୍ମାଗାନ୍ଧିଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଏହା ଓଡ଼ିଶାବାସୀଙ୍କୁ ଉଦ୍‌ବୁଦ୍ଧ କରିବା ସହିତ ଆମ ଯୁବପିଢ଼ିକୁ ମହାତ୍ମାଙ୍କ ମହନିୟତାରେ ଉଦ୍‌ବୁଦ୍ଧ କରିବାରେ ବିଶେଷ ଭାବରେ ସହାୟକ ହେବ ବୋଲି ଆଜି ମନ୍ତ୍ରୀମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Comments are closed.