ସୌରଶକ୍ତି ଚାଳିତ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ

0

ଆହ୍ଲାବାଦ : ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ସମସ୍ତ ବୈଦ୍ୟୁତିକ ଉପକରଣ ସୌରଶକ୍ତିରେ ଚାଲିବ। ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରତନ ଲାଲ ହଙ୍ଗଲୁ ଏହି ଯୋଜନାର ଉଦଘାଟନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କୋପରେସନ ଅଫ୍‍ ଇଣ୍ଡିଆ(ସେକି)ର ନିର୍ଦ୍ଦେଶକଙ୍କ ଅନୁସାରେ ଚଳିତ ବର୍ଷ ଜୁନ ମାସରେ ଏହି ଯୋଜନାର ଆରମ୍ଭ କରାଯାଇଥିଲା। ପାଞ୍ଚ ମାସ ମଧ୍ୟରେ ହିଁ ଏହି କାର୍ଯ୍ୟ ସମାପ୍ତ ହୋଇଥିବାରୁ ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗ ଓ ଛାତ୍ରୀନିବାସ ଛାତ ଉପରେ ସୋଲାର ପ୍ୟାନେଲ ଲଗାଯାଇଛି। ଏହି ସୌର ଯୋଜନା ଦ୍ୱାରା ବିଶ୍ୱବିଦ୍ୟାଳୟ ଦିନକୁ ୬୦୦୦ ହଜାର ୟୁନିଟ ବିଜୁଳି ଉତ୍ପାଦନ କରିବ। ଯାହାଦ୍ୱାରା ବିଶ୍ୱବିଦ୍ୟାଳୟର ୨୦ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସଞ୍ଚୟ ହେବ। ବିଶ୍ୱବିଦ୍ୟାଳୟରୁ ଉତ୍ପାଦିତ ସୌରଶକ୍ତିକୁ ସହରବାସୀଙ୍କୁ ମଧ୍ୟ ଯୋଗାଇ ଦିଆଯିବାର ଯୋଜନା ରହିଛି।

Leave A Reply