ନୂଆ ଭୟ: ସାଇଟୋମେଗାଲୋ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି କରୋନା ରୋଗୀ, ଦେଶରେ ୫ ମାମଲା

ନୂଆଦିଲ୍ଲୀ: ସାରା ଦେଶ କରୋନା ମହାମାରୀ କବଳରୁ ମୁକୁଳି ପାରୁ ନ ଥିବା ବେଳେ ଏବେ ପୁଣି ଚିନ୍ତା ବଢାଉଛନ୍ତି ନୂଆ ନୂଆ ଭୂତାଣୁ। ପ୍ରଥମେ ବ୍ଲାକ୍ ଫଙ୍ଗସ୍ ପରେ ହ୍ୱାଇଟ୍ ଓ ୟେଲୋ ଫଙ୍ଗସ୍ ଆଦି ଦେଶବାସୀ ଓ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇଥିବା ବେଳେ ଏବେ ଆଉ ଏକ ଭୂତାଣୁ ଭୟକୁ ଦୁଇଗୁଣା କରିଛି। ଏହି ଭୂତାଣୁର ନାଁ ହେଉଛି ‘ସାଇଟୋମେଗାଲୋ’। କରୋନା ସଂକ୍ରମିତ ହେବାର ୨୦-୩୦ ଦିନ ମଧ୍ୟରେ ସାଇଟୋମେଗାଲୋ ଭାଇରସ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ୫ ଜଣ ଏହି ଭୂତାଣୁର ଦ୍ୱାରା ସଂକ୍ରମତି ହୋଇଛନ୍ତି। କରୋନା ସଂକ୍ରମଣର ୨୦-୩୦ ମଧ୍ୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯେମିତି କି ତଳି ପେଟ ଯନ୍ତ୍ରଣା ହେବା, ମଳଦ୍ୱାରରୁ ରକ୍ତ ପଡିବା ଭଳି ଜଟିଳ ସମସ୍ୟା ଦେଖାଦେଉଛି । ବିଶେଷ କଥା ହେଉଛି, ସାଇଟୋମେଗାଲୋ ଦ୍ୱାରା ସଂକ୍ରମିତ ହେଉଥିବା ଲୋକମାନଙ୍କ ମଧ୍ୟରେ ମୃତ୍ୟୁହାର ଅଧିକ ରହିଛି । ଦେଶରେ ୫ ଜଣ ସାଇଟୋମେଗାଲୋ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

 

 

 

 

Comments are closed.