ବିଶ୍ବର ପ୍ରଥମ ମୋବାଇଲ ଫୋନର ଓଜନ ଥିଲା ଏତିକି କିଲୋଗ୍ରାମ, ଜାଣନ୍ତୁ ବିଶେଷତ୍ବ

ନିୟୁର୍କ : ମୋବାଇଲ ଫୋନର ପ୍ରଥମ ବ୍ୟବହାର ୪୦ ବର୍ଷ ପୂର୍ବରୁ ୧୯୭୩ ମସିହା ୩ ଏପ୍ରିଲରେ ଆରମ୍ଭ ହୋଇଥିଲା। ଏହି ମୋବାଇଲ ଫୋନଟି ମଟୋରାଲା କମ୍ପାନୀର ଥିଲା। ଏହାକୁ କମ୍ପାନୀର ପୂର୍ବ ଉପାଧ୍ୟକ୍ଷ ଓ ଡିବିଜନ ମ୍ୟାନେଜର ମାର୍ଟିନ କୁପର ଆରମ୍ଭ କରିଥିଲେ। କୁପର ୧୯୫୨ ମସିହାରେ ମୋଟରଲା କମ୍ପାନୀରେ ଯୋଗ ଦେଇଥିଲେ। ଏହି ମୋବାଇଲର ନାମ ମୋଟରଲା ‘ଡାୟନା ଟିଏସି’ ଥିଲା।

କୁପର ନିୟୁର୍କର ହିଲଟନ ହୋଟେଲରେ ଦୁନିଆର ପ୍ରଥମ ମୋବାଇଲ ଫୋନରେ କଥା ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲେ। ଏଠାରୁ ହିଁ  ଆରମ୍ଭ ହୋଇଯାଇଥିଲା ଯୋଗାଯୋଗ ସ୍ଥାପନ କରିବାର ନୂତନ ଯୁଗ।

ଏହି ମୋଟରଲା ‘ଡାୟନା ଟିଏସି’ ଫୋନର ଲମ୍ବା ୧୦ ଇଞ୍ଚ ରହିଥିଲା। ଏହାର ଓଜନ ୧କେ.ଜି ଥିଲା। ଫୋନର ବ୍ୟାଟେରିକୁ ଥରେ ଚାର୍ଜ କଲେ ୨୦ ମିନିଟ ପର୍ଯ୍ୟନ୍ତ ଚାଲୁଥିଲା।

Comments are closed.