ଆଜିର ଦିନରେ ବିଶ୍ୱବାସୀ ଦେଖିଥିଲେ ପୃଥିବୀର ପ୍ରଥମ ଫଟୋ

0

ନୂଆଦିଲ୍ଲୀ: ୫୨ ବର୍ଷ ପୂର୍ବେ ଆଜିର ଦିନରେ ଚନ୍ଦ୍ରପୃଷ୍ଠରୁ ଉତ୍ତୋଳନ କରାଯାଇଥିବା ପୃଥିବୀ ପୃଷ୍ଠର ପ୍ରଥମ ଫଟୋକୁ ବିଶ୍ୱବାସୀ ଦେଖିଥିଲେ। ନାସା ପକ୍ଷରୁ ପ୍ରେରିତ ମହାକାଶଯାନ ଲୁନାର ଅର୍ବିଟର ୧ ଦ୍ୱାରା ୧୯୬୬ ମସିହାରେ ଅଗଷ୍ଟ ୨୩ ତାରିଖରେ ପୃôଥିବୀର ଫଟୋ ପ୍ରେରଣ କରାଯାଇଥିଲା। ନାସା ପକ୍ଷରୁ ଏହି ଚିତ୍ରକୁ ସ୍ପେନ୍‍ର ମାଦ୍ରିଦ୍‍ ନିକଟ ରୋବେଲଡୋ ଡି ଚାଭେଲା ୟୁନିଟ୍‍ରେ ଗ୍ରହଣ କରାଯାଇଥିଲା। ତା’ ପର ଦିନ ଅର୍ଥାତ ୧୯୬୬ ଅଗଷ୍ଟ ୨୪ ତାରିଖରେ ଫଟୋ ଚିତ୍ର ସମ୍ବନ୍ଧରେ ବିଶ୍ୱବାସୀ ଅବଗତ ହୋଇଥିଲେ। ଏହି ଫଟୋ ଚିତ୍ର ଆଧାରରେ ନାସା ପକ୍ଷରୁ ଆରମ୍ଭ ହୋଇଥିବା ଚନ୍ଦ୍ର ଅଭିଯାନ ଯୋଜନା ଚୂଡ଼ାନ୍ତ ରୂପ ନେଇଥିଲା।
ଚନ୍ଦ୍ର ଅଭିଯାନ ବା ଆପୋଲୋ ୨ ମିଶନ୍‍ ଆରମ୍ଭ ପୂର୍ବରୁ ନାସା ଏକାଧିକ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ମହାକାଶଯାନ ଜରିଆରେ ଚନ୍ଦ୍ର ମଣ୍ଡଳର ଫଟୋଚିତ୍ର ଉତ୍ତୋଳନ କରିଥିଲା।
କିନ୍ତୁ ୧୯୬୬ରେ ପ୍ରେରିତ ଫଟୋ ପୃଥିବୀ ପୃଷ୍ଠର ପ୍ରଥମ ଫଟୋ ନଥିଲା। ଏହାପୂର୍ବରୁ ୧୯୪୬ରେ ପୃଥିବୀର ଏକ ଫଟୋଚିତ୍ର ଏକ ରକେଟ୍‍ରୁ ଉତ୍ତୋଳନ କରାଯାଇଥିଲା। କିନ୍ତୁ ତାହା ସେତେ ସ୍ପଷ୍ଟ ନ ଥିଲା। ଭି – ୨ ନାମକ ରକେଟ୍‍ରେ ଏକ ୩୫ ଏମ୍‍ଏମ୍‍ କ୍ୟାମେରା ଖଞ୍ଜି ଦଳେ ବୈଜ୍ଞାନିକ ମହାକାଶକୁ ପଠାଇଥିଲେ। ୬୫ ମାଇଲ୍‍ ଉଚ୍ଚରୁ ଏହି ଫଟୋ ଉତ୍ତୋଳନ କରଯାଇଥିଲା। ଏହାପରେ ୧୯୪୭ରେ ପୃଥିବୀ ପୃଷ୍ଠର ୧୦୦ ମାଇଲ୍‍ ଉଚ୍ଚତାରୁ ଆଉ ଏକ ଫଟୋ ମଧ୍ୟ ଉତ୍ତୋଳନ କରାଯାଇଥିଲା।

ଦ ବ୍ଲୁୂ ମାର୍ବଲ୍‌


କିନ୍ତୁ ୧୯୬୬, ଅଗଷ୍ଟ ୨୩ ତାରିଖରେ ଉତ୍ତୋଳିତ ଫଟୋ ଅଧିକ ସ୍ପଷ୍ଟ ଓ ସମ୍ପୂର୍ଣ୍ଣ ଥିବା କୁହାଯାଏ। ଏତିକିରେ କିନ୍ତୁ ନାସାର ଉଦ୍ୟମରେ ପୂର୍ଣ୍ଣଛେଦ ପଡ଼ି ନ ଥିଲା। ୧୯୭୨ରେ ଆପୋଲୋ ୧୭ ମିଶନ୍‍ରେ ପୃଥିବୀ ପୃଷ୍ଠର ଆହୁରି ସ୍ପଷ୍ଟ, ବିସ୍ତୃତ ଓ ସମ୍ପୂର୍ଣ୍ଣ ଚିତ୍ର ଉପଲବ୍ଧ ହୋଇପାରିଲା। ଏହାକୁ କୁହାଗଲା ‘ଦ ବ୍ଲ୍ୟ ମାର୍ବଲ୍‍।’ ଏହାପରେ ଚନ୍ଦ୍ରପୃଷ୍ଠରୁ ପୃଥିବୀର ଅନ୍ଧକାର ଅଂଶର ଫଟୋ ଚିତ୍ର ପ୍ରେରଣ କରଯାଇଥିଲା। ତାହାକୁ କୁହାଗଲା ‘ଦ ବ୍ଲାକ୍‍ ମାର୍ବଲ୍‍।

‘ଦ ବ୍ଲାକ୍‍ ମାର୍ବଲ୍‍

ଏହି ଫଟୋରେ କେବଳ ସହରର ଆଲୋକରେ ଆଲୋକିତ ପୃଥିବୀ ପୃଷ୍ଠର ଦୃଶ୍ୟ ରହିଥିଲା। ଏହାପରେ ପରେ ଅନେକ ଗବେଷଣା ହୋଇଛି ଏବଂ ବହୁ ଦୂରରୁ ପୃଥିବୀର ଫଟୋ ଚିତ୍ର ଉତ୍ତୋଳନ କରଯାଇଛି। ୧୯୯୦ ଫେବୃଆରୀ ୧୪ରେ ୪ ବିଲିୟନ୍‍ ମାଇଲ୍‍ ଦୂରରୁ ଭୟେଜର ୧ ଦ୍ୱାରା ଉତ୍ତୋଳିତ ‘ଦ ପେଲ୍‍ ବ୍‍ୁ ଡଟ୍‍’ ନାମରେ ନାମିତ ଫଟୋ ସୌରଜଗତର ଏ ଯାବତ୍‍ ସର୍ବୋତ୍କୃଷ୍ଟ ଫଟୋର ମାନ୍ୟତା ପାଇଛି।

Leave A Reply