ଆବୁଧାବିରେ ନିର୍ମାଣ ଚାଲିଛି ପ୍ରଥମ ହିନ୍ଦୁ ମନ୍ଦିର, ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ

ଆବୁଧାବି : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ କରାଯାଉଛି। ୟୁଏଇରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିରର ଭିତ୍ତିପ୍ରସ୍ତର କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ଏହି ହିନ୍ଦୁ ମନ୍ଦିରର ନିର୍ମାଣ ଜାରି ରହିଛି। ହିନ୍ଦୁ ମନ୍ଦିର ପ୍ରକଳ୍ପରେ କାମ କରୁଥିବା ଇଞ୍ଜିନିୟର ଅଶୋକ କୋଣ୍ଡେଟି ଏହି ସୂଚନା ଦେଇଛନ୍ତି।

ଅଶୋକ କୋଣ୍ଡେଟି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ପ୍ରକଳ୍ପର ଅଂଶ ହେବା ମୋ ପାଇଁ ଏକ ବଡ଼ ସୌଭାଗ୍ୟର ବିଷୟ, ଏହା ଏକ ବଡ଼ ସୁଯୋଗ। ମନ୍ଦିର ପ୍ରକଳ୍ପର ଗୁଣବତ୍ତା ଏବଂ ଅଗ୍ରଗତି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ସେ ଆହୁରି ସୂଚନା ଦେଇ କହିଛନ୍ତି, ମନ୍ଦିର ଗଠନର ନିର୍ମାଣ କାର୍ଯ୍ୟ ଭୂମି ଠାରୁ ସାଢେ ଚାରି ମିଟର ଉଚ୍ଚରେ ପହଞ୍ଚିଛି। ଆବୁଧାବିର ଠାରୁ ପ୍ରାୟ ୩୦ ମିନିଟ୍ ଦୂରରେ ଥିବା ‘ଅଲ ୱାକବା’ ନାମକ ଏକ ସ୍ଥାନରେ ୨୦ ହଜାର ବର୍ଗ ମିଟର ଜମିରେ ଏହି ହିନ୍ଦୁ ମନ୍ଦିର ନିର୍ମାଣ କରାଯାଉଛି।

ଗତ ବର୍ଷ ଏପ୍ରିଲରେ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ମୂଳଦୁଆ ପକାଯାଇଥିଲା ଏବଂ ଡିସେମ୍ବରରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିର ପରିଚାଳନା ମୁଖପାତ୍ର ଅଶୋକ କହିଛନ୍ତି ଯେ ମାଷ୍ଟରପ୍ଲାନର ଡିଜାଇନ୍ ୨୦୨୦ ଆରମ୍ଭରେ ଶେଷ ହୋଇଥିଲା।

Comments are closed.