ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନୈତିକତା କମିଟି ବୈଠକ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ପିଏଚଡି ଅନୁସନ୍ଧାନ କାର୍ଯ୍ୟରେ ନୈତିକତା ପ୍ରସଙ୍ଗ ସମ୍ପର୍କିତ ଯାଞ୍ଚ କରିବା ଉଦ୍ଦେଶ୍ୟରେ ସାକ୍ଷାତକାର ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗର ୧୬ ଜଣ ଗବେଷକଙ୍କ ସାକ୍ଷାତକାର ନିଆଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଗବେଷକଙ୍କ ଦ୍ୱାରା ଅନୁସନ୍ଧାନ କାର୍ଯ୍ୟ ସମୟରେ କାହାରିକୁ ଅପମାନିତ, ଖରାପ ବ୍ୟବହାର କିମ୍ବା ତ୍ରୁଟି ନ କରିବା। ସାକ୍ଷାତକାର କମିଟିରେ ପ୍ରଫେସର ପଞ୍ଚାନନ ନାଥ ଅଧ୍ୟକ୍ଷ ଥିବାବେଳେ ଡକ୍ଟର ଶ୍ୟାମା ଚରଣ ଆଚାର୍ଯ୍ୟ ଉପାଧ୍ୟକ୍ଷ ଏବଂ ଡକ୍ଟର ଅଶୋକ କୁମାର ଶତପଥୀ, ଡକ୍ଟର ଗୁଣ ସାଗର ଦାଶ, ରଙ୍ଗନାଥ ଷଡ଼ଙ୍ଗୀ, ଡକ୍ଟର ସୁଦର୍ଶନ ପୂଜାରୀ, ପ୍ରଦୀପ୍ତ ପଣ୍ଡା, ପ୍ରମୋଦ ପଟ୍ଟନାୟକ, ବିଶ୍ୱମ୍ବର ଚନ୍ଦନ ଏବଂ ଡକ୍ଟର ହେମ କୁମାର ନାୟକ ସଦସ୍ୟ ସଚିବ ଭାବରେ ଯୋଗ ଦେଇଥିଲେ।

Comments are closed.