୭ ମାସ ପରେ ମିଜୋରାମରେ ପ୍ରଥମ କରୋନା ମୃତ୍ୟୁ

ଆଇଜଲ: ସାରା ଦେଶରେ କରୋନା ସଂକ୍ରମଣ ତାଣ୍ଡବ ସୃଷ୍ଟି କରିଥିବାବେଳେ ଏକମାତ୍ର ରାଜ୍ୟ ମିଜୋରାମ ଏଥିରୁ କିଛି ପରିମାଣରେ ମୁକ୍ତ ରହିଥିଲା । ଗତ 7ମାସ ମଧ୍ୟରେ କରୋନାରେ ପ୍ରାୟ ୨୬୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ ହେଁ କେହି ଜଣେ ମୃତ୍ୟୁବରଣ କରି ନ ଥିଲେ । ଶେଷରେ ବୁଧବାର (୨୮ ତାରିଖ) ରାଜ୍ୟରେ ପ୍ରଥମ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଆଇଜଲ ନିକଟସ୍ଥ ଏକ ଡ଼ାକ୍ତରଖାନାରେ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାର ଅଧୀକ୍ଷକ ଡକ୍ଟର ଏଚ୍.ସି ଲାଲଡିନା  କହିଛନ୍ତି ଯେ ରୋଗୀ ୧୦ ଦିନ ଧରି ସରକାରୀ ଜୋରାମ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।  ସେ ହୃଦରୋଗରେ ମଧ୍ୟ ପୀଡ଼ିତ ଥିଲେ ଓ ତାଙ୍କର ମୃତ୍ୟୁ ଘଟିଛି ।

ମାର୍ଚ୍ଚ ୨୪ ରେ ମିଜୋରାମରେ ପ୍ରଥମ ସଂକ୍ରମଣ ରିପୋର୍ଟ ହୋଇଥିଲା। ଅକ୍ଟୋବର ୨୪ ଠାରୁ ରାଜ୍ୟରେ କୋଭିଡ -୧୯ ପ୍ରଭାବିତ  ସହରାଞ୍ଚଳରେ ସଂକ୍ରମଣ ମାମଲାକୁ ରୋକିବା ପାଇଁ ଲକଡ଼ାଉନ ଘୋଷଣା କରାଯାଇଛି । ନଭେମ୍ବର ୩ ପର୍ଯ୍ୟନ୍ତ ଲକଡ଼ାଉନ ବଳବତ୍ତର ରହିବ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ସଂକ୍ରମିତ ୨୬୦୨ ରୋଗୀଙ୍କ ମଧ୍ୟରୁ ୩୪% ରୋଗୀଙ୍କଠାରେ କୌଣସି ଲକ୍ଷଣ ନାହିଁ । ସମୁଦାୟ ରୋଗୀଙ୍କ ମଧ୍ୟରୁ ୨୨୧୨ ଜଣ ସୁସ୍ଥ ହେଲେଣି ବୋଲି ସେ କହିଛନ୍ତି ।

Comments are closed.