ବ୍ରିଟେନରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ଲଣ୍ଡନ: ବ୍ରିଟେନରେ ପ୍ରଥମ ଓମିକ୍ରନ ପ୍ରକରଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏ ନେନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୂଚନା ଦେଇଛନ୍ତି। ଏବେ ବ୍ରିଟେନର ବିଭିନ୍ନ ଟିକାକେନ୍ଦ୍ରରେ ବୁଷ୍ଟର ଡୋଜ ପାଇଁ ଲମ୍ବାଧାଡ଼ି ଲାଗିଛି। ଓମିକ୍ରନ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଟିକା ନେବାକୁ ଭିଡ଼ ଜମିଛି। ବ୍ରିଟେନ ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ବୁଷ୍ଟର ଡୋଜ ନେବା ପାଇଁ ପରାମର୍ଶ ଦିଆଯାଇଛି। ଦେଶବାସୀଙ୍କୁ ​‌େ​‌ଟଲିଭିଜନ ବାର୍ତ୍ତାରେ ଆହ୍ବାନ ଦେଇଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ।

Comments are closed.