ଗଡ଼ିଲା ଦେଶର ପ୍ରଥମ କର୍ପୋରେଟ ଟ୍ରେନ ‘ତେଜସ ଏକ୍ସପ୍ରେସ’

ଲକ୍ଷ୍ନୌ: ଦେଶର ପ୍ରଥମ କର୍ପୋରେଟ ଟ୍ରେନ ‘ତେଜସ ଏକ୍ସପ୍ରେସ’ ଶୁକ୍ରବାର ଲୋକାର୍ପିତ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଆସନ୍ତା ୬ ତାରିଖରୁ ନିୟମିତ ରୂପରେ ସେବା ପ୍ରଦାନ କରିବ। ଏହା ଦେଶର ପ୍ରଥମ କର୍ପୋରେଟ ଟ୍ରେନ, ଯାହାର ପରିଚାଳନା ସମ୍ପୂର୍ଣ୍ଣ ରୂପେ ଆଇଆରସିଟିସି ଦ୍ବାରା କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତେଜସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ଆଗକୁ ଏଭଳି ପଦକ୍ଷେପ ନିଆଯିବ, ଫଳରେ ଅନ୍ୟ ସହରଗୁଡ଼ିକୁ ଏହା ଜରିଆରେ ଯୋଡ଼ାଯାଇ ପାରିବ। ସୂଚନାଯୋଗ୍ୟ, ଏହି ଟ୍ରେନରେ ବିମାନ ଭଳି ଆରାମଦାୟକ ସିଟ୍‌ ସହିତ ଅତ୍ୟାଧୁନିକ ସୁବିଧା ରହିଛି। ଏହି ସ୍ବତନ୍ତ୍ର ଟ୍ରେନର ନମ୍ବର ହେଉଛି ୦୦୫୦୧। ଟ୍ରେନ କାନପୁର ଏବଂ ଗାଜିଆବାଦ ଦେଇ ନୂଆଦିଲ୍ଲୀ ଚଳାଚଳ କରିବ।

Comments are closed.