ଖୁବ୍‌ଶୀଘ୍ର ଘରକୁ ଫେରିବେ ଭାରତର ପ୍ରଥମ ‘କରୋନା’ ଆକ୍ରାନ୍ତ

ଥିରୁଭାନନ୍ତପୂରମ: ଭାରତର ପ୍ରଥମ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଆବଶ୍ୟକ ଚିକିତ୍ସା ପରେ ତାଙ୍କର ୫ମ ନମୁନା ପରୀକ୍ଷା ହୋଇଥିଲା, ଯାହା ନେଗେଟିଭ୍‌ ଆସିଛି ବୋଲି ଥ୍ରୀଶୂର ମେଡିକାଲ କଲେଜ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି। ଆଉ ଗୋଟିଏ ପରୀକ୍ଷା ପରେ ତାଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ଏହି କରୋନା ଆକ୍ରାନ୍ତ ଜଣେ ଛାତ୍ରୀ। ସେ ଚୀନର ଉହାନରୁ ଫେରିବା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା, ଯେଉଁଥିରେ ସେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ତାଙ୍କ ପରେ କେରଳର ଅନ୍ୟ ୨ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବଢ଼ିବା ପରେ ରାଜ୍ୟ ସରକାର ରାଜ୍ୟରେ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି ଘୋଷଣା କରିଥିଲେ। କିନ୍ତୁ ଏହାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି।

Comments are closed.