ମେଘାଳୟ ଖଣି ଦୁର୍ଘଟଣା: ୪୨ଦିନ ପରେ ବାହାରିଲା ଶ୍ରମିକଙ୍କ ମୃତଦେହ

0

ଶିଲଂ : ଦୀର୍ଘ ୪୨ର ଉଦ୍ୟମ ପରେ ମେଘାଳୟର ପୂର୍ବ ଜାଇଣ୍ଟିଆ ପର୍ବତର ଖ୍ଲୁ ରିଙ୍ଗସାନ୍‌ କୋଇଲା ଖଣି​‌େ​‌ର ଫସିଥିବା ୧୫ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ଗଳିତ ମୃତଦେହ ଗୁରୁବାର ଉଦ୍ଧାର କରାଯାଛି। ନୌବାହିନୀର ୩ ଓ ଏନ୍‌ଡିଆରଏଫ୍‌ର ୨ ଉଦ୍ଧାରକାରୀଙ୍କ ସହ ଜଣେ ଡାକ୍ତରଖାନା କର୍ମଚାରୀଙ୍କ ଦ୍ବାରା ପାଣି ଭର୍ତ୍ତୀ ଖଣିରୁ ପ୍ରଥମ ଉଦ୍ଧାର ସମ୍ଭବ ହୋଇଛି। ମୃତଦେହ ବାହାରକୁ ଅଣାଯିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କହିଛନ୍ତି ଏନ୍‌ଡିଆରଏଫ୍‌ ଅଧିକାରୀ ସନ୍ତୋଷ କୁମାର ସିଂହ।
ଡିସେମ୍ବର ୧୩ରୁ ମୂଷା ଗାତ ସଦୃଶ ଖଣିରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଲକ୍ଷାକ୍ଷିକ ଲିଟର ପାଣି ବାହାର କରାଯିବା ସତ୍ତ୍ବେ ଜଳସ୍ତର ନ ଖସିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଯେ କୌଣସି ମତେ ଜୀବନ୍ତ ଅବା ମୃତ ଅବସ୍ଥାରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ପରେ ଉଦ୍ଧାରକାରୀ ଦଳ ସାନି ଉଦ୍ୟମ ଆରମ୍ଭ କରିଥିଲେ। ଗତ ବୁଧବାର ଉଦ୍ଧାରକାରୀ ଦଳ ଖଣିର ପ୍ରାୟ ୧୬୦ଫୁଟ ଅଭ୍ୟନ୍ତରରେ ଅକାତକାତ ପାଣି ଭିତରେ ସ୍ବତନ୍ତ୍ର ଯନ୍ତ୍ର ସାହାଯ୍ୟରେ (ରିମୋଟ୍‌ଲି ଅପରେଟେଡ୍‌ ଭେହିକ୍ଲ ବା ଆରଓଭି)ଶ୍ରମିକଙ୍କ ଶରୀର ଠାବ କରିଥିଲେ। ଜିଲା ପ୍ରଶାସନର ନିର୍ଦେଶକ୍ରମେ ଏହାକୁ ଉଦ୍ଧାର ପାଇଁ ମଙ୍ଗଳବାରଠାରୁ ପୁନର୍ବାର ଉଦ୍ୟମ ଆରମ୍ଭ ହୋଇଥିଲା। ପାଇପ, କେବୁଲ ଓ ଆବର୍ଜନା ଭର୍ତ୍ତି ହୋଇ ରହିଥିବା ଖଣିର ସର୍ବଶେଷ ସ୍ଥାନରୁ ଏଗୁଡ଼ିକୁ ଉଦ୍ଧାର କରିବା ସହଜ ହୋଇ ନ ଥିଲା; ତେବେ ବୁଧବାର ସନ୍ଧ୍ୟାରେ ଉଦ୍ଧାକାରୀ ଦଳକୁ ପ୍ରଥମ ସଫଳତା ମିଳିଥିଲା ବୋଲି କହିଛନ୍ତି ଉଦ୍ଧାର କାର୍ଯ୍ୟ ପରିଚାଳନା ଦଳର ମୁଖପାତ୍ର ଆର. ସୁସ୍‌ଙ୍ଗି।
ଅପରପକ୍ଷରେ ଖଣି ଭିତରେ ପ୍ରାୟ ଦୁଇ ମାସ ଧରି ଫସି ରହିଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ଆଶା-ଆଶଙ୍କାର ଅନ୍ତ ଘଟି ନାହିଁ। ସେମାନେ ବାରମ୍ବାର ଖଣି ନିକଟକୁ ଯାଇ ବୁଲି ଆସିବା​ବେ​‌େ​‌ଳ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝୁଛନ୍ତି। ଇତ୍ୟବସରରେ ମେଘାଳୟ ସରକାର ସମ୍ପୃକ୍ତ ୧୫ ଶ୍ରମିକଙ୍କ ପରିବାର ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟ ସାପ୍ତାହିକ ଭିତ୍ତିରେ ଏ ସମ୍ପର୍କିତ ମାମଲାର ପରିଚାଳନା କରୁଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି।

Leave A Reply