ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହେଲା ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁସୂଚନା ଦିଆଯାଇଛି। ଚିହ୍ନଟ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ ଫଙ୍ଗସ୍‌ ଲକ୍ଷଣ ଚିହ୍ନଟ ହୋଇଛି। ଗତ ୨୦ରେ କରୋନା ଆକ୍ରାନ୍ତ ହୋଇ ସେ ହୋମ୍ ଆଇସୋଲେସନରେ ରହି ଚିକିତ୍ସା ହେଉଥିଲେ। ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବ୍ଲାକ ଫଙ୍ଗସ୍‌ ଚିହ୍ନଟ ହୋଇଥିବା ରୋଗୀଙ୍କ ବୟସ ୭୧ ବର୍ଷ ହୋଇଥିବାବେଳେ ସେ ଅନିୟନ୍ତ୍ରିତ ମଧୁମେହ ରୋଗରେ ପୀଡିତ ଥିଲେ । ଗତ ଏପ୍ରିଲ ୨୦ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହେବା ପରେ ଘରେ ହୋମ୍ ଆଇସୋଲେସନରେ ରହିଥିଲେ । ଏହାପରେ ତାଙ୍କ ପାଖରେ ବ୍ଲାକ୍ ଫଙ୍ଗସର ଲକ୍ଷଣ ଦେଖାଯିବା ପରେ ସେ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାହା ବ୍ଲାକ୍ ଫଙ୍ଗସ୍ ବୋଲି ସ୍ପଷ୍ଟ ହୋଇଛି।

Comments are closed.