ବ୍ରିଟେନରୁ ଭାରତ ଆସିଲା ଚିକିତ୍ସା ସାମଗ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ପାଇଁ ବ୍ରିଟେନରୁ ପ୍ରଥମ ଦଫାରେ ଚିକିତ୍ସା ସାମଗ୍ରୀ ଓ ଉପକରଣ ମଙ୍ଗଳବାର ସକାଳେ ଆସି ଏଠାରେ ପହଞ୍ଚିଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ୱିଟ୍‍ କରି ଏକ ଲୁଫ୍‍ଥାନ୍ସା ବିମାନରୁ ଏହିସବୁ ସାମଗ୍ରୀ ଖଲାସ କରାଯାଉଥିବା ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। ଏଥିରେ ସେ ‘ଆନ୍ତର୍ଜାତିକ ସହଯୋଗ କାମ କରୁଛି’ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବ୍ରିଟେନରୁ ୧୦୦ଟି ଭେଣ୍ଟିଲେଟର ଏବଂ ୯୫ ଅକ୍ସିଜେନ କନସେଣ୍ଟ୍ରେଟର ଆସିଛି। ଏଥିସହିତ ଦେଶରେ ଅମ୍ଳଜାନର ଘୋର ଅଭାବ ଜନିତ ସମସ୍ୟା ଲାଘବ ପାଇଁ ସାଉଦି ଆରବ ଭାରତକୁ ଅମ୍ଳଜାନ ପଠାଇଛି। ଇତିମଧ୍ୟରେ ରୁଷିଆ ସରକାର ଆସନ୍ତା ମେ ୧ ତାରିଖରୁ ଭାରତକୁ କୋଭିଡ ଟିକା ସ୍ପୁଟନିକ ଭି ଯୋଗାଣ ଆରମ୍ଭ କରିବେ ବୋଲି କହିଛନ୍ତି।

Comments are closed.