ଫିରିଙ୍ଗିଆ ପୁଲିସ୍‍ ଦ୍ୱାରା ୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ : ଫିରିଙ୍ଗିଆ ପୁଲିସ୍‍ ଏକ ବୋଲେରୋରେ ଚାଲାଣ ହେଉଥିବା ୫୦ କେଜି ଗଞ୍ଜେଇ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ବୋଲେରୋ ନଂ ଓଡି-୧୨ବି-୦୯୯୬ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ୍‍ ତେଲିମୁଣ୍ଡା ଛକ ଠାରେ ଚଢଉ କରିଥିଲା। ଗାଡିରୁ ୫୦ କିଲୋ ଗଞ୍ଜେଇ ସହ ଏଥିରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ କେ ନୁଆଗାଁ ଥାନା ଅନ୍ତର୍ଗତ ଜୁଗପଦର ଗ୍ରାମର ବାଦଲ ନାୟକ(୩୦) ଓ ଚେତନ ନାୟକ (୩୫)ଙ୍କୁ ଗିରଫ କରିବା ସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପି ଶ୍ୟ।।ମସୁନ୍ଦର ରାଓ ସୂଚନା ଦେଇଛନ୍ତି।

Comments are closed.