ସୋପୋର ର ପୌରପାଳିକା କାର୍ଯ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, କର୍ପୋରେଟରଙ୍କ ସହ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ଜମ୍ମୁ କାଶ୍ମୀର : ସୋମବାର ଅପରାହ୍ନରେ ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣକାରୀ ମାନେ ସୋପୋରର ପୌରପାଳିକା କାର୍ଯ୍ୟାଳୟ ଉପରେ ଗୁଳି ଚଳାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ବ୍ଲକ ବିକାଶ ପରିଷଦର ଜଣେ ସଦସ୍ୟ ତଥା କର୍ପୋରେଟର ଏବଂ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।


ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୃତକ ହେଲେ କର୍ପୋରେଟର ରିୟାଜ ଅହମ୍ମଦ ଏବଂ ତାଙ୍କ ସୁରକ୍ଷାକର୍ମୀ ଶାଫତ ଅହମ୍ମଦ। ସେ କହିଛନ୍ତି ଯେ ଏହି ଆକ୍ରମଣରେ ଅନ୍ୟ ଜଣେ ଆହତ ହୋଇଥିବା ବେଳେ ରିୟାଜ ଏବଂ ଶାଫତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Comments are closed.