ଗୁଳିମାଡ଼ରେ ଯୁବକ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୁରୁଣା ବସଷ୍ଟାଣ୍ଡ ନିକଟରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବ୍ରଜରାଜନଗର ବାସିନ୍ଦା ଅମିତ ଧଳକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହେଇଯାଇଥିଲେ। ଅମିତଙ୍କ ପିଠିରେ ଓ ହାତରେ ଗୁଳି ବାଜିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଅମିତଙ୍କୁ ପ୍ରଥମେ ମଣ୍ଡଳିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡର କାରଣ ବୋଲି ପୁଲିସ ସନ୍ଦେହ କରୁଛି ଏବଂ ଘଟଣାସ୍ଥଳରେ ବ୍ରଜରାଜନଗର ଏସ.ଡି. ପି.ଓ ଙ୍କ ସହିତ ବ୍ରଜରାଜନଗର ଥାନାଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Comments are closed.