ବାର୍‌ରେ ବେଧଡ଼କ ଗୁଳି ଚାଳନା: ୧୪ ମୃତ, ୧୦ରୁ ଊର୍ଦ୍ଧ୍ବ ଆହତ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସ୍ଥିତ ସୋୱେଟୋ ସହରାଞ୍ଚଳରେ ଥିବା ଏକ ବାର୍‌ରେ ଆକ୍ରମଣକାରୀଙ୍କ ବେଧଡ଼କ ଗୁଳି ଚାଳନାରେ ୧୪ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷେ ଗୁଳି ଚଳାଇବା ପରେ ବନ୍ଧୁକଧାରୀମାନେ ଧଳା ରଙ୍ଗର ଟୋୟୋଟା କ୍ୱାଣ୍ଟମ୍ ମିନିବସ୍‌ରେ ଫେରାର୍‌ ହୋଇଯାଇଛନ୍ତି।

ପୁଲିସ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଖବର ପାଇ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଅନ୍ୟ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେମାନଙ୍କ ଜୀବନ ରକ୍ଷା କରାଯାଇ ପାରିନଥିଲା। ଫଳରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିଲା।

 

Comments are closed.