ଆମେରିକା ବାର୍‌ରେ ଗୁଳିକାଣ୍ଡ : ୪ ମୃତ

କାନାସାସ୍‌ : ଆମେରିକା ମିସୌର ପ୍ରଦେଶ କାନସାସ୍‌ ସହର​‌ର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୪ଜଣ ପ୍ରାଣ ହରାଇବା ସହ ୫ଜଣ ଆହତ ହୋଇଛନ୍ତି। ପୁଲିସ କହିବା ଅନୁଯାୟୀ ରବିବାର ସକାଳେ  କାନସାସ୍‌ ସିଟିର ସେଣ୍ଟ୍ରାଲ ଷ୍ଟ୍ରିଟ୍‌ରେ ଜଣେ ଆତତାୟୀ ପ୍ରବେଶ କରି ଗୁଳି ଚଳାଇଥିଲା। ଏଥିରେ ୯ଜଣ ଆହତ ହୋଇଥିବାବେଳେ ୪ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ସନ୍ଦିଗ୍ଦକୁ ପୁଲିସ ଗିରଫ କରିଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଏକାଧିକ ଲୋକ ବାର ଭିତରେ ଗୁଳିକାଣ୍ଡ ଘଟାଇଥିବାବେଳେ କାହାକୁ ଗିରଫ କରାଯାଇ ନାହିଁ।

Comments are closed.