ପାରିବାରିକ ବିବାଦ: ପୁତୁରାକୁ ଗୁଳିକରି ହତ୍ୟାକଲା ଦାଦା

ଭବାନୀପାଟଣା: ପାରିବାରିକ ବିବାଦକୁ କେନ୍ଦ୍ର କରି ପୁତୁରାକୁ ଗୁଳିକରି ହତ୍ୟା କରିଛି ଦାଦା । ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଆପଦର ଗ୍ରାମପଞ୍ଚାୟତର ଡାଲଗୁମା ଗାଁର ଶତ୍ରୁଘନ ମାଝୀ(୫୪)ନାମକ ଜଣେ ବ୍ୟକ୍ତି ନିଜ ପୁତୁରା ରାଜୋ ମାଝୀ (୧୮)କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ଅନୁସନ୍ଧାନ ଚଳାଇଛି ।

Comments are closed.