ପୂର୍ବତନ ମିଷ୍ଟର ଦିଲ୍ଲୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ . – ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ବଡି ବିଲ୍ଡରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏଥିରେ ଆଉଜଣେ ନିରୀହ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗୁଳି କାଣ୍ଡ ମଝିରେ ଆସିଯିବାରୁ ଆଉ ଜଣେ ଯୁବକ ବିନାକାରଣରେ ନିଜ ପ୍ରାଣ ହରାଇଛନ୍ତି । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଗୋବିନ୍ଦ ସିଂ ଭାଟି ପୂର୍ବରୁ ମିଷ୍ଟର ଦିଲ୍ଲୀ ଟାଇଟଲ୍‌ ଜିତିଥିଲେ । ତିନି ବର୍ଷ ତଳର ଏକ ଶତ୍ରୁତାଯୋଗୁଁ ଗୋବିନ୍ଦଙ୍କୁ ହତ୍ୟାକରାଯାଇଥିବା ଜଣା ପଡିଛି। ଏଥିରେ ଆଉଜଣେ ଅପରାଧି ଲାଲାର ହାତ ଥିବା କଥା ପୁଲିସ ତଦନ୍ତରୁ ଜଣା ପଡିଛି ।

ଉତ୍ତର ପୂର୍ବ ଦିଲ୍ଲୀରେ ଏହି ଘଟଣା ଘଟିଛି । କୋଡିଏ ଫୁଟା ରାସ୍ତାରେ ଏକ ବରଯାତ୍ରୀ ଯାଉଥିଲା । ଏହି ସମୟରେ ଗୋବିନ୍ଦ ନାମକ ଯୁବକ ନିଜର ମଟରସାଇକେଲରେ ବସିଥିଲେ । ତାଙ୍କର ଆଉ ଦୁଇଜଣ ବନ୍ଧୁ ତାଙ୍କ ସହ ଥିଲେ । ଗୁଳି କାଣ୍ଡ ସମୟରେ ସେହି ଦୁଇ ବନ୍ଧୁ ସ୍ଥାନ ଛାଡି ପଳାଇଥିଲେ । ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଯୁବକଙ୍କ ଛାତିରେ ବିନା କାରଣରେ ଗୁଳି ବାଜିବାରୁ ତାଙ୍କର ବି ମୃତ୍ୟୁ ହୋଇଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।

Comments are closed.