ଗୁଳିମାଡ଼ରେ ଯୁବକ ମୃତ

0

କଟକ : ବାରଙ୍ଗ ଥାନା ଗୋଡ଼ିସାହି ନେତଲ ଛକରେ ଜଣେ ଯୁବକଙ୍କ ଉପରେ ଗୁଳିମାଡ ହୋଉଛି। ଏଥିରେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣକ ହେଉଛନ୍ତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ ସୁନୀଲ ରଞ୍ଜନ ସାହୁ।
ସୂଚନା ଅନୁଯାୟୀ ଯୁବକଙ୍କୁ ୨ ଦୁର୍ବୃତ୍ତ ୩ ରାଉଣ୍ଡ ଗୁଳି କରି ସେଠାରୁ ଫେରାର ହୋଇଯାଇଛନ୍ତି। ଯୁବକଙ୍କ ମୁଣ୍ଡ, ଛାତି ଓ ହାତରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଘଟିଛି ବୋଲି ସନ୍ଦେହ କରାଯାଉଛି।

 

 

Leave A Reply