ଦୁର୍ଘଟଣାରେ ଆହତ ଯୁବକକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

କଲମପୁର : କଲମପୁର-ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ପଣ୍ଡିଗାଁ ବୁଢା ରଜା ମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଜଣେ ସ୍କୁଟି ଚାଳକ ଯାଉଥିବା ବେଳେ ହଠାତ୍ ଏକ କୁକୁର ରାସ୍ତା ଉପରକୁ ଆସିଯାଇ ସ୍କୁଟି ଭିତରେ ପଶିଯିବା ଦ୍ୱାରା ଚାଳକ ଜଣକ ଭାରସାମ୍ୟ ହରାଇ ପଡିଯାଇଥିଲେ । ରାସ୍ତାରେ ଯାଉଥିବା ସମାଜସେବୀ ଶିବ ରାମ ମହାରଣା ଓ ଅନ୍ୟ କିଛି ସହଯୋଗୀ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହ ଯୋଗା ଯୋଗ କରିଥଲେ ମଧ୍ୟ ଆମ୍ବୁଲାନ୍ସ ଉପଲବ୍ଧ ନହେବାରୁ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଆଗ୍ନୀକ ନିର୍ମଳ ତରିଆ, ସରୋଜ ପ୍ରଧାନ, ସୌରଭ ବେହେରା ଓ କ୍ଷିରୋଦ୍ର ନାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତ ଯୁବକ ଜଣକ ଜୟପାଟଣା ବ୍ଲକ ଧାମନଗୁଡାର ହରିହର ରାଉତ ଓ ସେ ଏକ କୋରିୟର ସଂସ୍ଥାର କୋରିୟର ବଏ ଭାବେ କାର୍ଯ୍ୟ କରନ୍ତି । ଶନିବାର କଲମପୁର ଅଞ୍ଚଳର କିଛି ଗ୍ରାହକଙ୍କୁ ସେମାନଙ୍କ ସାମଗ୍ରୀ ଦେଇ ନିଜ ଘରକୁ ଫେରୁଥିବା ବେଳେ ସେ ଦୁର୍ଘଟଣାର ଶିକାର ହେଇଥିଲେ।

Comments are closed.