ଜେଏସ୍‍ଡବ୍ଲ୍ୟୁ ଭୂଷଣ ଷ୍ଟିଲ୍‍ କାରଖାନରେ ଜାତୀୟ ଅଗ୍ନିସେବା ଦିବସ ପାଳନ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଠେଲକୋଲୋଇଠାରେ ଥିବା ଜେଏସ୍‍ଡବ୍ଲ୍ୟୁ-ଭୂଷଣ ଷ୍ଟିଲ୍‍ କାରଖାନା ପକ୍ଷରୁ ଶୁକ୍ରବାର ଜାତୀୟ ଅଗ୍ନିସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ କାରଖାନାର ବରିଷ୍ଠ ସଭାପତି ଗିରିଶ ନାଏକ, ଉପ-ସଭାପତି ନରେଶ ରାଘବ, ଫ୍ୟାକ୍ଟ୍ରି ମ୍ୟାନେଜର ଉମେଶ ମିଶ୍ର ବିଗତ ଦିନରେ ଅଗ୍ନିସେବା ବିଭାଗରେ କାର୍ଯ୍ୟରତ ଅବସ୍ଥାରେ ପ୍ରାଣ ହରାଇଥିବା ଅଗ୍ନିସେବା ବିଭାଗର ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ମାନ ପ୍ରଦର୍ଶନ କରିଥିଲେ। ସୁରକ୍ଷା ବିଭାଗ ଉପଦେଷ୍ଟା ଯୋଗେଶ୍ୱର ଅଗ୍ନି ସେବାର ପତାକା ଉତ୍ତୋଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜେନେରାଲ୍‍ ମ୍ୟାନେଜର ଅଶୋକ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରି ଅଗ୍ନିସେବା ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ କହିଥିଲେ ଏବଂ ଅଗ୍ନିସେବା ବିଭାଗ କର୍ମଚାରୀମାନଙ୍କୁ ଶପଥ ପାଠ କରାଇ ଅଗ୍ନି ନିରାପତ୍ତା ସମ୍ବନ୍ଧରେ ସଙ୍କଳ୍ପ ନିଅଯାଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ଅଗ୍ନି ନିର୍ବାପନ, ଉଦ୍ଧାର କାର୍ଯ୍ୟ, ଶ୍ୱାସ ଉପକରଣ ସମ୍ବନ୍ଧିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାରଖାନାର ଅଗ୍ନିସେବା ଶାଖାର କର୍ମଚାରୀ ଏବଂ ମହିଳା ଗ୍ରାଜୁଏଟ୍‍ ଟ୍ରେନିଜମାନେ ଅଗ୍ନି ନିର୍ବାପନ, ଜଳ ପରିଚାଳନା ସମ୍ବନ୍ଧିତ କୌଶଳର ଡେମୋ ପ୍ରଦର୍ଶନ କରିଥିଲେ। ଏହି ଅବସରରେ କାରଖାନାର ଅଗ୍ନି ସେବା ବିଭାଗ ପକ୍ଷରୁ କାରଖାନା ପରିସରରେ ୧୨୭ ଟି ଚାରା ବୃକ୍ଷ ରୋପଣ କରାଯାଇଥିଲା। ଶେଷରେ ଅଗ୍ନିସେବା ବିଭାଗର ସିନିୟର ମେନେଜର ବରୁଣ ଚାଙ୍ଗେଲ୍‍ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.