ସୁନ୍ଦରଗଡ଼ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ

ସୁନ୍ଦରଗଡ଼: ଅଗ୍ନିଶମ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ସହରରରେ ଥିବା ୮ଟି କୋଚିଂ ସେଣ୍ଟର ଏବଂଓ ୩ଟି ପେଟ୍ରୋଲ ପମ୍ପରେ ଚଢ଼ଉ କରାଯାଇଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡିଛି। ଏ ନେଇ କୋଚିଂ ସେଣ୍ଟର ମାଲିକଙ୍କୁ ଯଥା ଶୀଘ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‍ ପାଇବା ପାଇଁ ଆବେଦନ କରିବାକୁ କୁହାଯାଇଛି।

ସେହିପରି ସହରର ୩ଟି ପେଟ୍ରୋଲ ପମ୍ପରେ ମଧ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ଏ ସମ୍ପର୍କରେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ସମସ୍ତ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରାଯିବ। ଏଥିସହ ଏସବୁ ପେଟ୍ରୋଲ୍‍ ପମ୍ପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ।

Comments are closed.