ପଦ୍ମପୁର : ଧାନ କଟା ମେସିନରେ ଅଗ୍ନିକାଣ୍ଡ, ଅଳ୍ପକେ ଵର୍ତ୍ତିଲେ ଚାଳକ

ପଦ୍ମପୁର :  ଧାନ ମେସିନରେ ଅଗ୍ନିକାଣ୍ଡ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଧାରାପୁର ମୌଜା ଗ୍ରାମରେ। ଧାରାପୁର ଗ୍ରାମର ଚାଷୀ କୈଳାଶ ଶଵର ଧାନ କାଟିବା ସମୟରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଗୂରୁବାର ଅପରାହ୍ନରେ ଅଗ୍ନିକାଣ୍ଡ  ଘଟିଥିଲା। ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ଧାନ କଟା ମେସିନରେ କିପରି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ହୋଇଥିବା ବେଳେ  ସର୍ଟ ସର୍କିଟରୁ  ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ପହଞ୍ଚି ନ ଥିଲେ ଶହ ଶହ ଏକର ଜମିରେ ନିଆ ଲାଗିଯାଇଥାନ୍ତା । ଅଗ୍ନିଶମ ବିଭାଗ ନିଆଁ ଲିଭାଇ ଥିବାରୁ ଚାଷି ଆଶ୍ୱସ୍ତ ହୋଇଥିଲେ । କୈଳାଶ ଶଵରର ପାଖାପାଖି ୧୦ ବସ୍ତା ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି।

Comments are closed.