କୋଇଲା ବୋଝେଇ ଟ୍ରେନରେ ନିଆଁ, କାରଣ ଖୋଜି ପାଉନାହିଁ ଅଗ୍ନିଶମ ବାହିନୀ

ଢ଼େଙ୍କାନାଳ: ଗୁରୁବାର ଢ଼େଙ୍କାନାଳ ଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ହଠାତ୍ ନିଆଁ ଲାଗି ଯାଇଛି । ଗୋଟିଏ ବଗିରୁ ଧୂଆଁ ଉଠୁଥିବା ଦେଖି ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଷ୍ଟେସନ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁ ଲାଗିବାର କାରଣ ଖୋଜି ପାଉନାହିଁ ଅଗ୍ନିଶମ ବାହିନୀ । ସମ୍ଭବତଃ ବିଦ୍ୟୁତ୍ ତାରରୁ ନିଆଁ ଝୁଲ ଖସି କୋଇଲା ଜଳିବା ଆରମ୍ଭ କରିଥିଲା, କିମ୍ବା କେହି ବ୍ୟକ୍ତି ସିଗାରେଟ କିମ୍ବା ବିଡ଼ି ଖାଇ ପକାଇବାରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ଏ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ ହୋଇଛି  ।

Comments are closed.