ମହାରାଷ୍ଟ୍ରର ଥାଣେରେ ଏକ କମ୍ପାନୀର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ମୁମ୍ବଇ : ମହାରାଷ୍ଟ୍ରର ଥାଣେ ପଶ୍ଚିମ ସହରରେ ଏକ କମ୍ପାନୀର କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିବା ବୁଧବାର ଜଣାପଡ଼ିଛି। ନିଆଁ ଲାଗିବା ମାତ୍ରେ ଏ ବିଷୟର ତୁରନ୍ତ ଦମକଳ କର୍ମଚାରୀଙ୍କୁ ଖବର ଦିଆଯାଇଛି। ଖବର ପାଇ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଜାରି ରହିଛନ୍ତି। ଏଯାତବ ଏହି ଅଗ୍ନିକାଣ୍ଡରେ ଧନଜୀବନ କ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ।

Comments are closed.