ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଧାନବିଡା ସହ ଜଳିଗଲା ଥ୍ରେସର ମେସିନ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ନୂଆଗାଁ ଗ୍ରାମରେ ଆଜି ପୂର୍ବାହ୍ନରେ ପଥର ଚତୁରୀ ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନବିଡା ସହ ଧାନ ଝାଡ଼ିବା ପାଇଁ ରଖା ଯାଇଥିବା ଥ୍ରେସର ମେସିନ ମଧ୍ୟ ଜଳି ଯାଇଛି । ପ୍ରବଳ ନିଆଁକୁ ସ୍ଥାନୀୟ ଲୋକେ ଆୟତ୍ତ କରିବାରେ ବିଫଳ ହେବା ପରେ ପାଟଣା ଅଗ୍ନିଶମକୁ ଖବର ଦେଇଥିଲେ । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବେଶ କସରତ କରିବା ପରେ ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ଗ୍ରାମର ରମେଶ ଚନ୍ଦ୍ର ନାଏକ, କଳ୍ପନା ନାଏକ, ଅଯୋଧ୍ୟା ନାଏକ, ଅନିଲ ନାଏକ , ଯଶୋବନ୍ତ ନାଏକ , ଉଗ୍ରସେନ ନାଏକ, ତ୍ରିଲୋଚନ ନାଏକ, ମୁରଲିଧର ନାଏକ , ଦୀନବନ୍ଧୁ ନାଏକ, ନାରଦ ନାଏକ , ଅକ୍ଷୟ ନାଏକ, ବିଜୟ ମହାନ୍ତ, ଦୁଃଖିସାମ ନାଏକ , ରମେଶ ଚନ୍ଦ୍ର ମହାନ୍ତ ପ୍ରମୁଖଙ୍କ ପଥର ଚତିରିରେ ଥିବା ଧାନ ଜଳିପୋଡି ପାଉଁଶ ହୋଇଯାଇଛି ।

Comments are closed.