ବ୍ରହ୍ମପୁରରେ ଅଭାବନୀୟ ଘଟଣା : ଘରେ ନିଆଁ ଲାଗି ବ୍ରହ୍ମପୁର ସମବାୟ ବ୍ୟାଙ୍କ ସଭାପତିଙ୍କ ସମେତ ୩ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ସମବାୟ ବ୍ୟାଙ୍କ ସଭାପତି ତଥା ବିଜେଡି ନେତା ଅଲେଖ ଚୌଧୁରୀଙ୍କ ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘରେ ନିଆଁ ଲାଗି ଯିବା କାରଣରୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଲେଖଙ୍କ ସହ ଅନ୍ୟ ୨ ଜଣଙ୍କୁ ମିଶାଇ ଏହି ଦୁର୍ଘଟଣାରେ ୩ ଜଣଙ୍କ ଜୀବନହାନି ଘଟିଥିବା ଶୁଣିବାକୁ ମିଳୁଛି । ସୂଚନାଅନୁସାରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଅଞ୍ଚଳରେ ରହୁଥିବା ଆଲେଖଙ୍କ ଘରେ ଗତକାଲି ରାତି ୨ଟା ବେଳେ ସର୍ଟ ସର୍କିଟ ରୁ ନିଆଁ ଲାଗି ଯାଇଥିଲା । ସେତେବେଳେ ଘରେ ସମସ୍ତେ ସୋଇଥିଲେ । ନିଆଁ ଓ ଧୁଆ ର ପ୍ରକୋପ ଏତେ ଥିଲା ଯେ ଅଲେଖ ଙ୍କ ସମେତ ୩ ଜଣ ଶ୍ୱାସ ରୁଦ୍ଧ ହୋଇ ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ୩ ଜଣକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସହରରେ ଶୋକର ଛାୟା ଖେଳାଇ ଦେଇଛି ।

Comments are closed.