ରମ୍ପାରେ ଅଗ୍ନିକାଣ୍ଡ, ଜଳିଗଲା ୩ ଘର

ଚିକିଟି : ରମ୍ପା ପଂଚାୟତ ରମ୍ପାରେ ସୋମବାର ସନ୍ଧ୍ୟା ବେଳେ ରୋଷଇ ଘରୁ ଅଗ୍ନିକାଣ୍ଡ ଘଟି ଗ୍ରାମର ତିନି ଜଣଙ୍କ ଘର ସମ୍ପୂର୍ଣ ଜଳିଯାଇଛି l କ୍ଷତିଗ୍ରସ୍ତ ମାନେ ହେଲେ କେ. ଦମୟନ୍ତୀ, କେ. ହରିବାବୁ ଏବଂଭାଗିରଥି l କେ. ଦମୟନ୍ତୀ ସନ୍ଧ୍ୟାରେ ରୋଷେଇ କରୁଥିବା ବେଳେ ରୋଷେଇ ନିଆରୁ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ଘର ସମ୍ପୂର୍ଣ ଜଳି ଯାଇଥିଲା l ଆସବାବ ପତ୍ର, ଖାଦ୍ୟ ଜିନିଷ ସହ ନିତ୍ୟ ବ୍ୟବହୃତ ସାମଗ୍ରୀ ପୋଡ଼ିଯାଇଛି l ସରପଞ୍ଚ ୟୁ..ନରସିଙ୍ଗୁଲୁ ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତି ଦେଖି ବ୍ଲକ ପ୍ରଶାସନକୁ ଘର ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ଚିକିଟି ଦମକଳ କେନ୍ଦ୍ର ରୁ ଗାଡି ଯାଇ ନିଆଁକୁ ଆୟତ୍ତ କରିଥିଲେ।

Comments are closed.