ଅଗ୍ନିକାଣ୍ଡରେ ୭ ଗୋରୁ ଜୀବନ୍ତ ଦଗ୍ଧ

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଗୋପବନ୍ଧୁ ନଗର ଜଦି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଟି ଗୁହାଳ ଜଳି ଯାଇଛି। ଏହା ସହିତ ଗୁହାଳରେ ଥିବା ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଗୋରୁ ମାଲିକଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Comments are closed.