ରାସ୍ତା ମଝିରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍

ବାଲିଚନ୍ଦ୍ରପୁର: ଚଣ୍ଡୀଖୋଲ-ପାରାଦ୍ବୀପ ଏକ୍ସପ୍ରେସ ହାଇୱେରେ ରାସ୍ତା ମଝିରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍ । ଟ୍ରକ୍ଟି ଏକ ହୋଟେଲ ଆଗରେ ଠିଆ ହୋଇଥିବାବେଳେ ଅକସ୍ମାତ ସେଥିରୁ ଧୂଆଁ ବାହାରିଥିଲା । ଚାହୁଁଚାହୁଁ ଟ୍ରକଟି ହୁତୁହୁତୁ ହୋଇ ଜଳିବା ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇଥିଲା । ତେବେ ଟ୍ରକରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ଅନୁସନ୍ଧାନ କରୁଛି । ଟ୍ରକଟି ଲୁହାପଥର ନେଇ ପାରାଦ୍ବୀପ ଯାଉଥିବା ସୂଚନା ମିଳିଛି ।

Comments are closed.