କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ଗଞ୍ଜାମ: ଗଞ୍ଜାମ ଷ୍ଟେଶନ ନିକଟରେ ଏକ କୋଇଲା ବୋଝଇ ଟ୍ରେନ ନଂ(୨୮୬୯୧)ରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ୨ଟି ବଗିରେ ନିଆଁ ନିଆଯାଇଥିବା ଷ୍ଟେଶନ ମ୍ୟାନେଜର ଦେଖିବା ପରେ ଛତ୍ରପୁର ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଏହାପରେ ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଟ୍ରେନଟି ତାଳଚେରରୁ ପଲାସା ଅଭିମୁଖେ ଯାଉଥିଲାବେଳେ ୨୨୧୪୧୦୬୬୨୯୫ ଏବଂ ୨୨୧୪୧୦୯୫୦୧୧ ନମ୍ବର ବଗିରେ କୌଣସି କାରଣରୁ ନିଆଁ  ଲାଗିଯାଇଥିଲା।

Comments are closed.