ମୁମ୍ବାଇ-ହାଓଡ଼ା ଲୋକମାନ୍ୟ ତିଲକ୍‍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା : ଝାଡ଼ଖଣ୍ଡର ଲୋଟାପାହାଡ଼-ଚକ୍ରଧରପୁର ଷ୍ଟେସନ ମଝିରେ ସୋମବାର ମୁମ୍ବାଇ-ହାଓଡ଼ା ଲୋକମାନ୍ୟ ତିଲକ୍‍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯିବା ପରେ ଜୀବନ ବଞ୍ଚାଇବାକୁ ଯାଇ ଯାତ୍ରୀମାନେ ଟ୍ରେନରୁ ଡ଼େଇଁଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକ ତ୍ରୁଟି କାରଣରୁ ବଗିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। କିଛି ସମୟ ମଧ୍ୟରେ ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ସ୍ଥିତି ସ୍ୱାଭାବିକ ହେବାରୁ ଟ୍ରେନଟି ଗନ୍ତବ୍ୟ ମାର୍ଗରେ ଯାଇଥିଲା।

Comments are closed.