ହାତୀପଲ ରହୁଥିବା ପିପିଳିଆ ଜଙ୍ଗଲରେ ନିଆଁ; ଲୋକେ ଭୟଭୀତ

ପାଟଣା : ବାରଟି ହାତୀ ପିପିଳିଆ ଜଙ୍ଗଲରେ ଡେରା ପକାଇଥିବା ବେଳେ ଏହି ଜଙ୍ଗଲରେ ଆଜି ସନ୍ଧ୍ୟାରେ ହାତୀ ପଲଙ୍କୁ ଘଉଡାଇବା ପାଇଁ କେହି ଅସମାଜିକ ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଶୁଖିଲା ଡାଳପତ୍ର ପଡିଥିବା କାରଣରୁ ନିଆଁ ବ୍ୟାପୁଥିବା ବେଳେ ଢେଙ୍କିକୋଟ ଫରେଷ୍ଟ ସେକ୍ସନ, ପିପିଳିଆ ଫରେଷ୍ଟ ବିଟର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଆଁ କାରଣରୁ ହାତୀପଲ ଗାଁ ମୁହାଁ ହେବା ସମ୍ଭାବନା ଥିବାରୁ ପିପିଳିଆ ଓ ଏହାର ଆଖପାଖ ଗ୍ରାମରେ ଲୋକେ ଭୟଭୀତ ହୋଇପଡିଛନ୍ତି । ନିଆଁ ଲିଭାଇବାକୁ ଘଟଣାସ୍ଥଳକୁ ଯାଇଥିବା ଢେଙ୍କିକୋଟ ଫରେଷ୍ଟର ଶ୍ରୀମନ୍ତ ବେହେରା ସୂଚନା ଦେଇଛନ୍ତି ।

Comments are closed.