ଶିଖରପାଇରେ ଅଗ୍ନିକାଣ୍ଡ : ଜଳିଗଲା ୫ ପରିବାରର ଘର

ଗୁଣପୁର /ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ୍ ଖମାପଦର ପଞ୍ଚାୟତର ଶିଖରପାଇରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ  ୫ ପରିବାରର ୧୦ ବଖରା ଘର  ଜଳିଯାଇଛି। ଡମ୍ବୁରୁ ଶବର ଘରେ ରୋଷେଇ ଚାଲିଥିଲା। ଚୁଲିର ନିଆଁ ରୁ ଚାଳକୁ
ପଂହଚିଥିଲା । ପରେ ଗୋଟିଏ ଘରୁ ଅନ୍ୟ ଗୋଟିଏ ଘରକୁ ନିଆଁ ବ୍ୟାପି ଥିଲା। ଅଗ୍ନିକାଣ୍ଡରେ ଅଭିମନ୍ୟୁ ଶବର ,ପିତବାସ ଶବର,ପୂର୍ଣ୍ଣ ଶବର,ପ୍ରସାଦ ଶବରଙ୍କ ଘର ପୋଡି  ଯା୍ୟାଇଥିଲା । ଖବରପାଇ ପଦ୍ମପୁର ଅଗ୍ନିଶମ କର୍ମଚାରୀ ପଂହଚି ନିଆଁ କୁ ଆୟତ କରିଥିଲେ ।
ପରେ ପଦ୍ମପୁର ବିଡିଓ ଦୟାମୟ ପାଢି, ତହସିଲଦାର ନିଳମାଧବ ମାଝୀ, ବ୍ଳକ୍ ଅଧକ୍ଷ ରମାକାନ୍ତ ମାଝୀ, ଖମାପଦର ସରପଞ୍ଚ ନିରଞନ ଶବର ପ୍ରମୁଖ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଅଗ୍ନି ବିପନ୍ନ ପରିବାରଙ୍କୁ ସାନ୍ତ୍ୱାନା ଜଣାଇଥିଲେ। ତହସିଲ ପକ୍ଷରୁ ପଲିଥିନ ଦିଆଯାଇଥିବା ବେଳେ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କରଯାଇ ଥିବା ଜଣାପଡିଛି। ତେବେ ପଞ୍ଚାୟତ ପକ୍ଷରୁ ୧୦ ଦିନ ଧରି ଅଗ୍ନି ବିପନ୍ନ ପରିବାରଙ୍କୁ ଖାଦ୍ୟ ଯୋଗାଇ ଦିଆଯିବା ନେଇ ସରପଞ୍ଚ ନିରଞନ ଶବର କହିଛନ୍ତି । ଏପଟେ ରଜସ୍ୱ ନିରୀକ୍ଷକ ଯାଇ କ୍ଷୟ କ୍ଷତିର ଆକଳନ କରିଛନ୍ତି।

Comments are closed.