ମୁମ୍ବଇର ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବଇ : ମୁମ୍ବଇର ନାଗପଡ଼ା ସ୍ଥିତ ଏକ ସପିଂ ମଲରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବିଷୟରେ ତୁରନ୍ତ ଦମକଳ କର୍ମଚାରୀଙ୍କୁ ସୂଚନା ମିଳିବା ପରେ ଏଯାବତ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ୨ ଦମକଳ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ନିକଟରେ ଥିବା ୫୫ ମହଲା ବିଶିଷ୍ଟ ଅଟ୍ଟାଳିକାରୁ ପ୍ରାୟ ୩,୫୦୦ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ନିଆଁ ପ୍ରଥମେ ଗୋଟିଏ ଦୋକାନରେ ଲାଗିବା ପରେ ଧିରେ ଧିରେ ବ୍ୟାପି ଯାଇଥିଲା। ନିଆଁ ପ୍ରାୟ ଗୁରୁବାର ରାତି ୮ଟା୫୩ରେ ଲାଗି ଯାଇଥିଲା। ସେହି ସମୟରେ ମଲରେ ପ୍ରାୟ ୨୦୦ ରୁ ୩୦୦ ଲୋକେ ଥିଲେ। ତୁରନ୍ତ ଲୋକଙ୍କୁ ପୁଲିସ ଓ ଅଗ୍ନିଶମକର୍ମଚାରୀ ଉଦ୍ଧାର କରିଥିଲେ।
ନିଆଁ ଲିଭାଇବା ପାଇଁ ୨୪ଟି ଦମକଳ ଗାଡ଼ି ଓ ପ୍ରାୟ ୨୫୦ ଦମକଳ କର୍ମଚାରୀ ନିୟୋଜିତ ହୋଇଛନ୍ତି।

 

Comments are closed.