ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସର ବଗିରେ ଅଗ୍ନିକାଣ୍ଡ

ଗାଜିୟାବାଦ : ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସର ଲଗେଜ ତଥା ଜେନେରେଟର ବଗିରେ ଆଜି ସକାଳ ୬ଟା ୪୧ରେ ଅଗ୍ନିକାଣ୍ଡ ହୋଇଛି। ଖବର ଜଣାପଡିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହେବା ରେଲୱେ ପ୍ରଶାସନ , ଅଧିକାରୀ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏଥିରେ କୌଣସି ଜୀବନହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି। ଟ୍ରେନ ନୂଆଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ନିଜ ନିର୍ଦ୍ଧାରିତ ସମୟରେ ଯାଉଥିବା ସମୟରେ ସକାଳ ସମୟରେ ଗାଜିୟାବାଦ ରେଳ ଷ୍ଟେନରେ ପହଞ୍ଚିବା ପରେ ହଠାତ ଟ୍ରେନର ଲଗେଜ ତଥା ଜେନେରେଟର ବଗିରେ ନିଆଁ ଲଗାି ଯାଇଥିଲା। ସେହି ସମୟରେ ପଛରେ ଆସୁଥିବା ଅନ୍ୟ ଟ୍ରେନ ଗୁଡିକୁ ଷ୍ଟେନସରେ ଅଟକାଇବା ସହ ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚି ୨ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗି ଥିବା ବଗିକୁ ଟ୍ରେନରୁ ତୁରନ୍ତ ଅଲଗା କରାଯାଇଥିଲା।ଏହାପରେ ଟ୍ରେନଟିକୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।

Comments are closed.