ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ ; ଡେଇଁ କରି ଜୀବନ ରକ୍ଷା କଲେ ୫୦ ଯାତ୍ରୀ

ଇଟାୱା : ଉତ୍ତରପ୍ରଦେଶର ଇଟାୱା ଜିଲାର ଆଗ୍ରା-ଲକ୍ଷେ୍ନø ଏକ୍ସପ୍ରେସ ୱେ ଉସରାହାର ଥାନା ଅଞ୍ଚଳରେ ଏକ ଚଳନ୍ତା ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗି ଜଳିଯାଇଛି ବୋଲି ଶନିବାର ଜଣାପଡିଛି। ବସରେ ଥିବା ଯାତ୍ରୀ ମାନେ ବସରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ଯାତ୍ରୀମାନେ ଏକ ବଡ ଧରଣର ବିପଦରୁ ଅଳ୍ପକେ ରକ୍ଷା ପାଇଥିବା ବେଳେ ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଛି।
ସୂଚନା ଯୋଗ୍ୟ , ନିଆଁରେ ହୁ ହୁ ହୋଇ ବସଟିକୁ ଜଳିବା ଅବସ୍ଥାରେ ଦେଖି ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଉକ୍ତ ବସଟି ବିହାରର ପୂର୍ଣ୍ଣିୟାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗି ଥିବା ନେଇ ଅନୁମାନ କରାଯାଉଛି।

 

Comments are closed.