ଭୟାବହ ଅଗ୍ନିକାଣ୍ଡ, ନିଆଁ ଜାଳିଦେଲା ୭ ପରିବାରର ୨୦ ବଖରା ଘର

ରାଜକନିକା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବରୁଣାଡିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସାତ ପରିବାରର ୨୦ ବଖରା ଘର ସମ୍ପୁର୍ଣ୍ଣ ପୋଡି ପାଉଁସ ହୋଇଯାଇଛି । ନିଆଁ ଲାଗିଥିବା ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ସାତ ପରିବାରର ଘର ସମ୍ପୁର୍ଣ୍ଣ ପୋଡି ସାରିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଦୁଇଟି ଗାଈ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତ୍ରୀରେ ବରୁଣାଡିହା ଗ୍ରାମର ଗୋଲେଖ ବାରିକଙ୍କ ଘରେ ଅଚାନକ ନିଆଁ ଲାଗିଥିଲା । ଏହାପରେ ନିଆଁର ପ୍ରକୋପ ବଢିବା ସହ ପାଖରେ ଥିବା ବସନ୍ତ ବାରିକ, ଶଙ୍କର ବାରିକ, ଗୋଲା ବାରିକ, ହଗୁରା ବାରିକ, ଛୋଟା ବାରିକଙ୍କ ଘରକୁ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପ ପ୍ରବଳ ଥିବା କାରଣରୁ ଗାଁ ଲୋକ ନିଆଁକୁ ଆୟତ୍ତ କରିପାରିନଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିଦ୍ୟୁତ୍ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କୁହାଯାଉଛି ।

Comments are closed.