ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ବାଲେଶ୍ବର ଜିଲା ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଟ୍ରେନର ଜେନେରେଟର ବଗିରେ ଏହି ନିଆଁ ଲାଗିଥିବାବେଳେ ଜେନେରେଟର ବଗିଟିକୁ ଟ୍ରେନରୁ ଅଲଗା କରିଦିଆଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୩ଟି ଦମକଳ ଗାଡ଼ି ନିୟୋଜିତ ରହିଛି। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କ୍ଷତି ହୋଇନଥିବା ସୂଚନା ମିଳିଛି।

Comments are closed.