ମାହାଙ୍ଗା ବିଦେଇବାବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ; ଅଳ୍ପକେ ଟଳିଲା ଭୟଙ୍କର ବିପଦ

ମାହାଙ୍ଗା : କଟକ ଜିଲା ଅନ୍ତର୍ଗତ ମାହାଙ୍ଗା ଓସଙ୍ଗ ବିଦେଇବାବା ପେଟ୍ରୋଲ ପମ୍ପରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ପ୍ୟାନେଲ ବୋର୍ଡ଼ ସର୍ଟ ସର୍କିଟରୁ ନିଆଁ ଲାଗିଛି ବୋଲି ଜଣାପଡ଼ିଛି। ଏହି ଭୟାବହ ଅଗ୍ନିକାଣ୍ଡରୁ ପେଟ୍ରୋଲ ପମ୍ପ ଅଳ୍ପକେ ରକ୍ଷା ପାଇଥିବା ବେଳେ କାହାର କୌଣସି କ୍ଷତି ହୋଇ ନାହିଁ। ଖବର ପାଇ କୁଆଁପାଳ ଦମକଳ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

 

Comments are closed.