ମୁମ୍ବଇର ସଲମ୍‌ ବସ୍ତିରେ ଭୀଷଣ ଅଗ୍ନିକାଣ୍ଡ

0

ମୁମ୍ବାଇ . – ମୁମ୍ବାଇର ବାନ୍ଦ୍ର ଅଞ୍ଚଳରେ ଥିବା ସଲେମ ବସ୍ତିର ନର୍ଗିସ ଦତ୍ତା ନଗରରେ ମଙ୍ଗଳବାର ସକାଳେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ବସ୍ତିରେ ଥିବା ୫୦ରୁ ଅଧିକ ଘର ଭସ୍ମୀଭୂତ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିକାଣ୍ଡ ବିଭାଗର ୨୫ଟି ଇଞ୍ଜିନ ଓ ୮ଟି ପାଣିଟାଙ୍କି ଗାଡି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ।

ଗ୍ୟାସ୍‌ ସିଲିଣ୍ଡରରେ ବସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଗତ ଅଗଷ୍ଟମାସରେ ମୁମ୍ବାଇର ଏକ ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ଜଣେ ବୃଦ୍ଧାଙ୍କ ସହ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ ।

Leave A Reply