ଆମ୍ବ ବଗିଚାରେ ନିଆଁ, ବ୍ୟାପକ ଗଛ ନଷ୍ଟ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ଆଜି ମା’ ମାଣିକେଶ୍ବରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଛ ପଟ ଏକ ଆମ୍ବ ବଗିଚାରେ ନିଆଁ ଲାଗି ବ୍ୟାପକ ଆମ୍ବଗଛ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଡ଼ରେ ହଠାତ ହୁ ହୁ ହୋଇ ନିଆଁ ଜଳିବା ଦେଖି ଆଖପାଖ ଅଞ୍ଚଳରେ ଥିବା ଲୋକେ ବାଡ଼ ନିକଟକୁ ଯାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ଏନେଇ ଅଗ୍ନିଶମ ବାହିନୀକୁ ଜଣାଇବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବର୍ତ୍ତମାନ ସୁଧା ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।

Comments are closed.