ଖଣ୍ଟଘର ଟୋଲ ପ୍ଲାଜା ନିକଟ ଜଙ୍ଗଲରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବାହିନୀ

ପାଟଣା: ଢେଙ୍କିକୋଟ ନିକଟସ୍ଥ ଖଣ୍ଟଘର ଟୋଲ ପ୍ଲାଜା ନିକଟ ଜଙ୍ଗଲରେ ଆଜି କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ରାସ୍ତା କଡ ଶୁଖିଲା ଘାସରୁ ପ୍ରଥମେ ନିଆଁ ଲାଗି ଧିରେଧିରେ ଜଙ୍ଗଲ ଆଡ଼କୁ ନିଆଁ ବ୍ୟାପି ଯାଉଥିବା ଦେଖି ଲୋକେ ଘଟଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନିଆଁ ଜଙ୍ଗଲ ଭିତରକୁ ବ୍ୟାପିବା ପୂର୍ବରୁ ଘଟଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Comments are closed.