ଜଙ୍ଗଲରେ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବିଭାଗ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଭଗପଶି ଇୟୁକାଲିପଟାସ ଜଙ୍ଗଲରେ ଆଜି କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ନିଆଁ ଚାରିଆଡ଼େ ବ୍ୟାପିବା ସହ ବହୁ ୟୁକାଲିପଟାସ ଗଛ ପୋଡିଯାଇଥିଲା। ଏହା ଦେଖି ଲୋକେ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ସେହିପରି ଟାଙ୍ଗରପଡା ପଞ୍ଚାୟତ ବ୍ରାହ୍ମୁଣିଦେଓ ଗ୍ରାମର ଏକ ଅସନ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଫଳରେ ବହୁ ଆସନ ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ପାଟଣା ଅଗ୍ନିଶମ କେନ୍ଦ୍ର ଅଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।

Comments are closed.