ହରିପୁର ସାହି ଜଙ୍ଗଲରେ ନିଆଁ, ଆୟତ୍ତ କଲା ବନବିଭାଗ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଧନୁର୍ଜୟପୁର ନିକଟ ହରିପୁର ସାହି ଜଙ୍ଗଲରେ ଆଜି ଅପରାହ୍ନରେ କେହି ନିଆଁ ଲଗାଇ ଦେବାରୁ ଏହା ସମଗ୍ର ଜଙ୍ଗଲ ଅଞ୍ଚଳକୁ ବ୍ୟାପିଯାଇଥିଲା। ଖବର ପାଇ ପାଟଣା ଫରେଷ୍ଟର ତ୍ରିନାଥ ଜେନା ଓ ପାରାଷ୍ଟାଫ ହରିପୁର ଜଙ୍ଗଲରେ ପହଞ୍ଚିଥିବା ବେଳେ ଘଟଗାଁରୁ ଆସିଥିବା ଅଗ୍ନିଶମ କେନ୍ଦ୍ରାଧିକାରୀ ଗଜେନ୍ଦ୍ର ସିଂହଙ୍କ ନେତୃତ୍ବରେ କର୍ମଚାରୀମାନେ ଜଙ୍ଗଲରୁ ନିଆଁକୁ ଆୟତ୍ତ କରିଥିଲେ। ଯାହା ଫଳରେ ବଡ଼ ଧରଣର ଜଙ୍ଗଲ ପୋଡିକୁ ଏଡାଇ ଦିଆଯାଇପାରିଛି।

Comments
Loading...