ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା

ଯାଜପୁର : ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ୧୨ ବଖରା ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଘରର ଆସବାବ ପତ୍ର ସହ ଟଙ୍କା ବାସନକୁସନ ଆଦି ପୋଡ଼ି ଯାଇଛି। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ। ଅଗ୍ନି ବିପନ୍ନ ପରିବାର ଦିନ ମଜୁରିଆ ହୋଇଥିବାରୁ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଲାଗି ସାଧାରଣରେ ଦାବି ହୋଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସକ୍ରିଟରୁ ନିଆଁଲାଗିଥିବା ଅନୁମାନ କରାଯାଉଛି।

Comments are closed.