ଘରେ ନିଆଁ ଲାଗି ମା’ ମୃତ, ଦୁଇ ଝିଅ ଗୁରୁତର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣୀତିଆ ପଞ୍ଚାୟତର ମହଲା ସାହିରେ ବେହେରା ସାହିର ପ୍ରଭାତ ବେହେରାଙ୍କ ସ୍ତ୍ରୀ ଭାରତୀ ବେହେରା, ରୋଷେଇ କରୁଥିବା ସମୟରେ ହଠାତ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଭାରତୀ ବେହେରାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ଦୁଇ ଝିଅ ଗୁରୁତର ହୋଇଛନ୍ତି। ବଡ଼ ଝିଅ ପ୍ରିୟଙ୍କା ବେହେରା ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସାନ ଝିଅ ଅଳ୍ପକେ ବର୍ତ୍ତିଯାଇ ଥିବା ସୂଚନା ମିଳିଛି। କ’ଣ ପାଇଁ ନିଆଁ ଲାଗିଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ। ଭଦ୍ରକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

Comments are closed.